Odia News Portal

ପିପିଲି ପାଇଁ ବିଜେଡିର ସ୍ୱତନ୍ତ୍ର ସମରସଜ୍ଜା

ବିଜେଡିର ରଣନୀତି ପ୍ରସ୍ତୁତି ଜୋରସୋରରେ ଆରମ୍ଭ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ପ୍ରଦାନ କରା ଯାଇଥିବା ସମୟରେ ଆଜିଠାରୁ ରଣନୀତି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇ ଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି ।ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପରିଚାଳନା ନେଇ ଦଳର ରଣନୀତି ସ୍ଥିର କରିବାକୁ ୪ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଓ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।ଏହି ୪ବରିଷ୍ଠ ନେତା ପିପିଲିରେ ରହି ଦଳର ନିର୍ବାଚନୀ ରଣନୀତି ପରିଚାଳନା କରିବେ ।