Odia News Portal

ଆଜି ମତଦାନ କେନ୍ଦ୍ରକୁ ଯିବେ କର୍ମଚାରୀ

ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ନିମନ୍ତେ ମଙ୍ଗଳବାର ନିର୍ବାଚନ କର୍ମଚାରୀ ଦଳ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ସକାଳ ୬ଟାରୁ ୧୦ଟା, ୧୦ଟାରୁ ଅପରାହ୍ନ ୧ଟା, ଅପରାହ୍ନ ୧ଟାରୁ ୪ଟା ମଧ୍ୟରେ ଦଫା ଦଫା ହୋଇ ନିର୍ବାଚନ ପରିଚାଳନା କର୍ମଚାରୀ ଦଳଙ୍କୁ ତାଳବଣିଆ ୱେର ହାଉସ୍‌ ଠାରୁ ପଠାଯିବ । ଦଳଗୁଡ଼ିକ ସହଜରେ ଇଭିଏମ୍‌ ଓ ଅନ୍ୟ ସାମଗ୍ରୀ ଗ୍ରହଣ କରିବା ନିମନ୍ତେ ୱେର ହାଉସ୍‌ ଠାରେ ୧୦ଟି କାଉଣ୍ଟର କରାଯାଇଛି । ପିପିଲି ଉପନିର୍ବାଚନରେ ମୋଟ ୩୪୮ ବୁଥ୍‌ କରାଯାଇଛି । ଯେଉଁଠାରେ ମତଦାନ ହେବ । ଏହା ଭିତରେ ୧୦୨ଟି ସମ୍ବେଦନଶୀଳ ଓ ୭୩ଟି ଅତିସମ୍ବେଦନଶୀଳ ବୁଥ୍‌ ରହିଛି । ଏହି ମୋଟ ୧୭୫ଟି ଉତ୍ତେଜନାପ୍ରବଣ ବୁଥ୍‌ରେ ନଜର ରଖିବା ନିମନ୍ତେ ପ୍ରଶାସନ ୱେବ୍‌କାଷ୍ଟିଂ କ୍ୟାମେରା ଲଗାଇବା ବ୍ୟବସ୍ଥା କରିଛି । ୨୩ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ରହି ସ୍ଥିତି ଉପରେ ନଜର ରଖିବେ । ୧୨ଟି ବୁଥ୍‌ରେ ଭିଡିଓ ରେକର୍ଡିଂ କରାଯିବ । ପ୍ରଶାସନ ପକ୍ଷରୁ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାପାଳ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।