Odia News Portal

ଭୁବନେଶ୍ୱର ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ କରିବା ସହ ସ୍ଥିତିର ସମୀକ୍ଷା କରିବେ ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟତୀତ ଏସଆରସି, ପୋଲିସ ଡିଜି ଅଭୟ ମଧ୍ୟ ଉପସ୍ଥିତ ଅଛନ୍ତି। ଭୁବନେଶ୍ୱରରେ ପହଁଚିବା ପରେ ଏୟାରପୋର୍ଟରେ ଏକ ବୈଠକ ଜରିଆରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୋଦୀ । ଏହି ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସେହିଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ ପାଇଁ ଦିନ ୧୨ଟା ୧୦ ରେ ବାହାରିବେ ମୋଦୀ ।ବାୟୁ ସେନାର ସ୍ଵତନ୍ତ୍ର ବିମାନ ଜରିଆରେ ଏରିୟାଲ ସର୍ଭେ କରିବେ ମୋଦୀ । ବାତ୍ୟା ୟାସର ପ୍ରଭାବ ଓ କ୍ଷୟକ୍ଷତି ନେଇ ଗତକାଲି ମଧ୍ୟ ଏକ ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।