ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ଆଜି ମଥା ଟେକି ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‘ମେଜର୍ ଧ୍ୟାନ ଚାନ୍ଦ ନ୍ୟାସ୍ନାଲ୍ ଷ୍ଟାଡିୟମ୍’ରେ ଦିଲ୍ଲୀର ବୃହତ୍ତମ ଜନଜାତି ଉତ୍ସବ ‘ଆଦି ମହୋତ୍ସବ’ ଉଦ୍ଘାଟନ କରି କହିଛନ୍ତି।
ସେଠାରେ ସେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେମାନଙ୍କ ବିଭିନ୍ନ ଉତ୍ପାଦ ଜରିଆରେ ବିଭିନ୍ନ କଳା, କଳାକୃତି, ସଙ୍ଗୀତ ଏବଂ ସାଂସ୍କୃତିକ ପ୍ରଦର୍ଶନ ଦେଖି ମୁଁ ଆନନ୍ଦିତ। ମୋର ହୃଦ୍ବୋଧ ହେଉଛି ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ତା’ର ପରମ୍ପରା ଉପରେ ଗୁରୁତ୍ବ ଦେଇ ଆଜି ସଗର୍ବେ ମଥା ଟେକି ଠିଆ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଏକବିଂଶ ଶତାବ୍ଦୀର ନୂଆ ଭାରତ ‘ସବ୍ କା ସାଥ୍ ସବ୍କା ବିକାଶ’ ଦର୍ଶନ ଉପରେ କାର୍ଯ୍ୟ କରୁଛି। ଦୀର୍ଘ ଦିନ ଧରି ଅପହଞ୍ଚ ଜନତାଙ୍କ ନିକଟରେ ପହଞ୍ଚିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି।
ଗତ ୮/୯ ବର୍ଷ ହେବ ‘ଆଦି ମହୋତ୍ସବ’ ଭଳି କାର୍ଯ୍ୟକ୍ରମ ଦେଶ ପାଇଁ ଅନ୍ଦୋଳନ ହୋଇଛି। ମୁଁ ମଧ୍ୟ କେତେଗୁଡ଼ିଏ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛି। ଜନଜାତି ସମାଜର କଲ୍ୟାଣ ମୋର ବ୍ୟକ୍ତିଗତ ତଥା ଆବେଗିକ ବିଷୟ ହୋଇଥିବାରୁ ମୁଁ ସେ ସବୁ କାର୍ଯ୍ୟକ୍ରମରେ ଭାଗ ନିଏ।
ସୂଚନାଯୋଗ୍ୟ, ଜନଜାତି ସଂସ୍କୃତି, କାରୁକଳା, ରୋଷେଇ, ବାଣିଜ୍ୟ ଓ ପାରମ୍ପରିକ କଳାର ଉଚ୍ଛ୍ବାସ ପାଳନ କରୁଥିବା ‘ଆଦି ମହତ୍ସୋବ’ ହେଉଛି ଜନଜାତି ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ‘ଜନଜାତି ସମବାୟ ବିପଣନ ବିକାଶ ସଂଘ ଲିମିଟେଡ୍’ର (ଟିଆର୍ଆଇଏଫ୍ଇଡି) ବାର୍ଷିକ ଉପକ୍ରମ। ଚଳିତ ବର୍ଷ ଏହା ଫେବୃୟାରୀ ୧୬ରୁ ୨୭ ତାରିଖ ପର୍ୟ୍ୟନ୍ତ ଜାତୀୟ ରାଜଧାନୀରେ ଆୟୋଜନ କରାଯାଇଛି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			