Odia News Portal

କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି କରୋନା ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ଏମ୍ସରେ କୋଭାକ୍ସିନ ଟିକା ନେବା ସହ ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଭୂତାଣୁକୁ ହରାଇବା ପାଇଁ ଟିକାକରଣ ଆମ ପାଖରେ ଏକ ମାତ୍ର ଉପାୟ ।ଯଦି ଆପଣ ଟିକା ନେବାକୁ ଯୋଗ୍ୟ ଅଛନ୍ତି ତାହେଲେ ତୁରନ୍ତ ରେଜିଷ୍ଟ୍ରେସନ କରାଇନିଅନ୍ତୁ ।

ଗତ ମାର୍ଚ୍ଚ ୧ରେ ପ୍ରାଧନମନ୍ତ୍ରୀ ଟିକାର ପ୍ରଥମ ଡୋଜ୍ ନେଇଥିଲେ ।କରୋନା ଟିକାର ଦ୍ୱିତୀୟ ଡୋଜ ପଞ୍ଜାବର ନର୍ସ ନିଶା ଶର୍ମା ଦେଇଥିବା ବେଳେ ତାଙ୍କ ସହିତ ପୁଡୁଚେରୀର ନର୍ସ ପି ନିବେଦା ଉପସ୍ଥିତ ଥିଲେ ।