Odia News Portal

ପରୀ ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସରୋଜର ପରିବାର ଲୋକ । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଅଭିଯୁକ୍ତଙ୍କ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି । ସରୋଜ ନାବାଳକ ଥିବାରୁ ତାର ଶୁଣାଣି ଜୁଭେନାଇଲ କୋର୍ଟରେ କରିବାକୁ ସରୋଜର ଓକିଲ କୋର୍ଟରେ ଆବେଦନ କରିଛନ୍ତି । ତେବେ ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ତେବେ ଅଭିଯୁକ୍ତ ସରୋଜ ସେଠି ନାବାଳକ ସାବ୍ୟସ୍ତ ହେବା ପରେ ଏସଆଇଟିକୁ ଲାଗିଛି ବଡ଼ ଝଟକା | ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା ଏସଆଇଟି | ଅଭିଯୁକ୍ତ ନାବାଳକ ହୋଇଥିବାରୁ ଏସଆଇଟିର ନାର୍କୋ ଟେଷ୍ଟ ଆବେଦନ ଖାରଜ କରିଛନ୍ତି କୋର୍ଟ | ଏସଆଇଟିର ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଛି |

ଅନ୍ୟପକ୍ଷେ, ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜିଠୁ ପୁଣି ପଦଯାତ୍ରା କରିବ ବିଜେପି । ଆଜିଠୁ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ସାରା ଓଡିଶାରେ ୧୦ହଜାର ସ୍ଥାନରେ ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା ସହ ପ୍ରସିଦ୍ଧ ଦେବୀ ପୀଠଗୁଡିକରେ ବିଜେପି ପକ୍ଷରୁ ଦୀପ ଦାନ କରାଯିବ । ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହେବ । ଦୋଷୀଙ୍କୁ ଗିରଫ କରିବା ସହିତ ମାମଲାରେ ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ତୀବ୍ର କରିବ ବିଜେପି ମହିଳା ମୋର୍ଚ୍ଚା ।