Odia News Portal

ଆପଣଙ୍କ ସହଯୋଗରେ ଆଇସିୟୁରୁ ନୂଆ ଜୀବନ ପାଇ ପାରନ୍ତେ ନରେନ୍ଦ୍ର

ପୋଲସରା: କାଳ ସାଜିଲା ଅଜଣା ଗାଡି ଧକ୍କା । ଆଇ.ସି.ୟୁରେ ପଡିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜୁଲୁଣ୍ଡା ଗାଁର ନରେନ୍ଦ୍ର ପୋଲାଇ । ଏକ ଅଜଣା ଗାଡି ଧକ୍କା ଫଳରେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନରେନ୍ଦ୍ର । ମସ୍ତିଷ୍କରେ ଆଘାତ ଲାଗିବା କାରଣରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ କୋମାରେ ପଡିରହିଛନ୍ତି ସେ ।

ଚିକିତ୍ସା ପାଇଁ ଲାଗିବ ୧୨ ଲକ୍ଷ ଟଙ୍କା, ଯାହା ଯୋଗାଡ କରିବା ତାଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇପଡିଛି । ନରେନ୍ଦ୍ରଙ୍କ ପରିବାର, ବନ୍ଧୁ ଓ ଆତ୍ମୀୟ ମାନେ ଏବେ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବାରେ ଲାଗିଛନ୍ତି । ଦିନଥିଲା ଅସହାୟ ମାନଙ୍କର ସେବା କରି ଅନେକ ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ ନରେନ୍ଦ୍ର । ଅନ୍ୟମାନଙ୍କୁ ସାହାର୍ଯ୍ୟ କରୁଥିବା ନରେନ୍ଦ୍ର ଆଜି ନିଜେ ନିଜ ପାଇଁ ସାହାର୍ଯ୍ୟ ଲୋଡିଛନ୍ତି । ଚିକିତ୍ସା ପାଇଁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଗାମୀ ଦିନରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଯୋଗାଇ ଦେବେ ବୋଲି ସେ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଆଶା କରୁଛୁ ସରକାର ଏବଂ ଆପଣମାନେ ଯଥା ସମ୍ଭବ ସାହାର୍ଯ୍ୟ ସହଯୋଗ କଲେ ନରେନ୍ଦ୍ର ଭଲ ହୋଇ ଘରକୁ ଫେରି ପାରିବେ ।