Odia News Portal

ଅରିନ୍ଦମଙ୍କୁ ଖୋଜୁଛନ୍ତି ପ୍ରଭାସ

କଟକ: ଗତକାଲି ଥିଲା ଅଶୁଭ ଦିନ । ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ ହୋଇଛି । ଏସସିବି ଆଇସିୟୁରେ ଚିକତ୍ସିତ ହେଉଛନ୍ତି କ୍ୟାମେରାମ୍ୟାନ ପ୍ରଭାସ ସିହ୍ନା । ଗୁରୁତର ଅବସ୍ଥାରେ ପ୍ରଭାତଙ୍କୁ କାଜୁଆଲ୍ଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ପରେ ସେ ଖୋଜୁଥିଲେ ସାଥୀ ସାମ୍ବାଦିକ ଅରିନ୍ଦମଙ୍କୁ ସନ୍ଧ୍ୟାରେ ତାଙ୍କ ପାଖକୁ ଦେଖା କରିବାକୁ ଯାଇଥିବା କେତେ ଜଣ ସାମ୍ବାଦିକଙ୍କୁ ସେ କହିଥିଲେ, ମୋର ଆଉ କୌଣସି ଅସୁବିଧା ନାହିଁ। ମୁଁ ଭଲ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁଛି। ହେଲେ ଅରିନ୍ଦମ ଭାଇ ଅବସ୍ଥା କିପରି ଅଛି ବୋଲି ସେ ପଚାରିଥିଲେ। ଆଉ ଏମିତି ଏକ ପ୍ରଶ୍ନର ଉତ୍ତର କାହା ପାଖେ ନ ଥିଲା। ସେ ଜାଣିନାହାନ୍ତି ଯେ ତାଙ୍କ ସହିତ ରିପୋର୍ଟିଂ କରୁଥିବା ସାଥୀ ଅରିନ୍ଦମ ଆଉ ନାହାନ୍ତି। ଯିଏ କହିବ ଆସ ଭାଇ ରିପୋର୍ଟିଂ ରେ ଯିବା ସେ ହାତୀ ଉଠି ଲାଣି କି ନାହିଁ ଖବର ସଂଗ୍ରହ କରିବା।