Odia News Portal

ବିଜେଡିରେ ଯୋଗଦେଲେ ପ୍ରଦୀପ ମାଝି

ନବରଙ୍ଗପୁର: ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି । ଆଜି ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି । ପ୍ରଦୀପଙ୍କ ସହ ତାଙ୍କର ଶହ ଶହ କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗଦେଇଛନ୍ତି । ବିଜୁ ବାବୁଙ୍କ ଫୋଟ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଲେ ପ୍ରଦୀପ ମାଝୀ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ଦଳର ଉପ ଢ଼ଉକନ ପକାଇ ପ୍ରଦୀପ ମାଝୀଙ୍କୁ ଦଳରେ ସାମିଲ କରିଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ଇସ୍ତଫା ଦେଇଥିଲେ ହଜାର ହଜାର ସମର୍ଥକ । ବିଜେଡିରେ ଯୋଗଦାନ କରିବା ନେଇ ପ୍ରଦୀପ ପୂର୍ବରୁ ଘୋଷଣା କରିଥିଲେ । ଏହାପରେ ଆଜି ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିଥିଲେ । ଏଠାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏହି କାର୍ୟ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଉପସ୍ଥିତ ରହିଥିଲେ । । ବିଜୁ ବାବୁଙ୍କ ଫୋଟ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ପ୍ରଦୀପ ମାଝୀ।