Odia News Portal

ହତ୍ୟାକାରୀଙ୍କ ସମ୍ପର୍କରେ କଣ କହିଲେ ଆଇନ ମନ୍ତ୍ରୀ

ମାହାଙ୍ଗା: ମହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତଥା ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡ ପାଇବା ଲକ୍ଷ୍ୟ ହେଉ । ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ। କଠୋରରୁ କଠୋର ଦଣ୍ଡ ପାଉ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଜେପି ହେଉଛି ଆମର ବିରୋଧୀ ରାଜନୈତିକ ଦଳ। ସେଥିପାଇଁ ବିଜେପି ରାଜନୈତିକ କାର୍ଯ୍ୟକଳାପ ଚାହୁଁଛୁ । ବିରୋଧୀ ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଥିବାରୁ ସେମାନେ ଏହା ଚାହୁଁଛନ୍ତି ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଗତ ୨ ତାରିଖ ବିଳମ୍ବିତ ରାତିରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କ ସହଯୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ଡବଲ ମର୍ଡର ଘଟଣା ରାଜ୍ୟରେ ଚହଳ ପକାଇ ଥିବା ବେଳେ, ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜିଠୁ କଟକ ଜିଲ୍ଲାର ସବୁ ବ୍ଲକ୍‌ରେ ବିକ୍ଷୋଭ ପ୍ରଦର୍ଶନ ସହ ମାହାଙ୍ଗାରେ ରାସ୍ତାକୁ ଓହ୍ଲାଇଛି ବିଜେପି ।