Odia News Portal

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଚିଠି

ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ, ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ପ୍ରତାପ ଜେନାଙ୍କ ଚିଠି ।। ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ଆବାସ+ରେ ପୂରା ୬ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହୁ । ରାଜ୍ୟ ରୁରାଲ ହାଉସିଂ ପୋର୍ଟାଲରେ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହିଛି । ଫନି ବାତ୍ୟା ପରେ କରାଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ ।
୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁସାରେ ୧ଲକ୍ଷ ୮୪ ହଜାର ସ୍ୱତନ୍ତ୍ର ଘର ଚଗଇଣ ଗ୍ରାମୀଣରେ ମଞ୍ଜୁରି କରାଯାଉ । ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି କରାଯାଇଛି । ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତ ରାଜ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।