Odia News Portal

ଆମେ ଗୋଟିଏ ଘରେ ଏକ ସୂତ୍ରରେ ବନ୍ଧା : ପ୍ରତିଭା

ମାଆର ଆଶୀର୍ବାଦରେ ରୁଦ୍ର ଜିତିବ, ବିପୁଳ ଭୋଟରେ ବିଜୟୀ ହେବ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ନବୀନ ନିବାସ ଯାଇ ଟିକେଟ୍ ଆଣି ଆସିବା ପରେ ମାଆ ପ୍ରତିଭାଙ୍କ ଆଶୀର୍ବାଦ ନେଇଛନ୍ତି । ସ୍ୱାମୀଙ୍କ ଭଳି ବିଜେଡି ପୁଅ ରୁଦ୍ରଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ପ୍ରତିଭା ମହାରଥୀ ।

ପ୍ରତିଭା ନିଜ ପ୍ରତିକ୍ରିୟାରେ କହିଛନ୍ତି- ‘ସମସ୍ତଙ୍କ ଆଶୀର୍ବାଦରେ ରୁଦ୍ର ନିଶ୍ଚୟ ବିଜୟ ଲାଭ କରିବ ଏବଂ ସ୍ୱର୍ଗତଃ ମହାରଥୀଙ୍କ ସମସ୍ତ ଇଚ୍ଛାକୁ ନିଶ୍ଚୟ ପୂରଣ କରିବ । ରୁଦ୍ର ମୁଣ୍ଡ ଉପରେ ମୋର ଆଶିର୍ବାଦ ସବୁବେଳେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି ।’

ତେବେ ପରିବାର ଏକାଠି ନଥିବା ଚର୍ଚ୍ଚା ଉପରେ ପ୍ରତିଭା କହିଛନ୍ତି- ଆମେ ଗୋଟିଏ ଘରେ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ହୋଇ ରହିଛୁ । ମହାରଥୀଙ୍କ ଭଳି ପୁଅକୁ ସାହାଯ୍ୟ କରିବି ବୋଲି କହିଛନ୍ତି ପ୍ରତିଭା ।ସରକାରୀ ଚାକିରି କରିଥିବାରୁ ପ୍ରତିଭା ନିର୍ବାଚନ ପ୍ରଚାର କରିବାକୁ ଯିବେ ନାହିଁ ବୋଲି ଜଣାଇଛନ୍ତି । ଭାଇ ପାଇଁ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁ ପ୍ରଚାର କରିବେ ବୋଲି କହିଛନ୍ତି ପ୍ରତିଭା । ମାଆର ଆଶୀର୍ବାଦରେ ରୁଦ୍ର ଜିତିବ, ବିପୁଳ ଭୋଟରେ ବିଜୟୀ ହେବେ ବୋଲି ପ୍ରତିଭା କହିଛନ୍ତି ।