Odia News Portal

ମୋ ପୁଅ ପାଇଁ ମୋର ଆର୍ଶୀବାଦ ସବୁବେଳେ ରହିଛି: ପ୍ରତିଭା

ପୁଅ ପ୍ରାର୍ଥୀ ହୋଇଥିବାରୁ,ମା ଭାବେ ମୁଁ ବହୁତ ଖୁସି

ପିପିଲି: ପିପିଲି ଉପନିର୍ବାଚନ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମାଆ ପ୍ରତିଭା ମହାରଥୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପରିବାରକୁ ପ୍ରାଥମିକତା ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି ।

ସୂଚନା ଅନୁଯାୟୀ,ପିପିଲି ଉପନିର୍ବାଚନରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ମହାରଥୀଙ୍କ ପରିବାରଙ୍କୁ ଭେଟିଛନ୍ତି ବିଜେଡ଼ିର ନେତା ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ଆମ ପରିବାର ଓ ମୋର ପୁତ୍ରକୁ ପ୍ରାଧାନ୍ୟ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ଏହାଠୁ ବଳି ବଡ଼ ଖୁସି ଖବର ନାହିଁ। ମୋ ପୁଅ ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଥିବାରୁ , ମା ହିସାବରେ ମୁଁ ବହୁତ ଖୁସି। ମୋର ସବୁ ପ୍ରକାର ଆର୍ଶୀବାଦ ମୋ ପୁଅ ପାଇଁ ରହିବ ବୋଲି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀର ଆର୍ଶୀବାଦ ଏବଂ ଆମ ପରିବାର ସମସ୍ତଙ୍କର ଆର୍ଶୀବାଦରେ ମୋ ପୁଅ ନିର୍ବାଚନରେ ବିଜୟୀ ହେବ । ନିର୍ବାଚନରେ ରୁଦ୍ର ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି।

ସେହିଭଳି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ କହିବା କଥା ଏକ ମନ ଏକ ପ୍ରାଣରେ ନିର୍ବାଚନ ଲଢିବ ବିଜେଡି ।ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଗଣମାଧ୍ୟମରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯାହାକି ପୁରା ଭୁଲ୍‌ । ପ୍ରାର୍ଥୀଙ୍କୁ ନେଇ ପରିବାରରେ କୌଣସି ପ୍ରକାରର ମତଭେଦ ନାହିଁ ।ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଯଦି କେହି ରାଜନୈତିକ ସୁବିଧା ନେବାପାଇଁ ଚେଷ୍ଟା କରେ ତାହା ଭୀରୁତାର ପରିଚୟ ବୋଲି ପ୍ରତାପ ଦେବ କହିଛନ୍ତି ।