Odia News Portal

ଭାରତୀୟ ନୌସେନା ଧ୍ବଜାର ନୂଆ ଡିଜାଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ନୌସେନା ଧ୍ବଜାର ନୂଆ ଡିଜାଇନକୁ ଅନୁମୋଦନ କରିଛନ୍ତି। ଡିସେମ୍ବର ୪ରେ ନୌସେନା ଦିବସ ଅବସରରେ ବିଶାଖାପାଟଣାରେ ନୂଆ ଧ୍ଵଜାର ଅନାବରଣ ହୋଇଥିଲା। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ନୌସେନା ଧ୍ବଜାର ପୁରୁଣା ଡିଜାଇନ୍ ୬ ସେପ୍ଟେମ୍ବର ୨୦୧୭ରେ ଦାଖଲ କରାଯାଇଥିଲା।

ବିବୃତ୍ତିରେ କୁହାଯାଇଛି, ଉପନିବେଶ ଅତୀତକୁ ପଛରେ ପକାଇବା ପାଇଁ ଜାତୀୟ ସ୍ତରୀୟ ପ୍ରୟାସ ଅନୁରୂପ ଇତିହାସରୁ ପ୍ରେରଣା ହାସଲ କରି ଏକ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।