Odia News Portal

ଟେଷ୍ଟ ଚାମ୍ପିୟନସିପ୍ ଜିତିଲେ ଭାରତକୁ ମିଳିବ ଏତିକି ଟଙ୍କା

ସାଉଥମ୍ପଟନ୍‌: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ଚାମ୍ପିୟନସିପ । ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଆଇସିସି ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦଳ ଟାଇଟଲ ହାସଲ କରିବ ସେହି ଦଳ ଟ୍ରଫି ସହ ୧.୬ ମିଲିୟନ ଡଲାର ଜିତିବ । ସେପଟେ ରନର୍ସଅପ ଦଳକୁ ମିଳିବ ୮୦୦,୦୦୦ ଡଲାରର ଅର୍ଥ ରାଶି । ଯଦି ମ୍ୟାଚ୍ ଡ୍ର ରହିବ, ତା’ହେଲେ ପୁରସ୍କାର ଅର୍ଥକୁ ଦୁଇ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ଦଳକୁ ୪୫୦,୦୦୦ ଡଲାରର ଆର୍ଥିକ ସହାୟତା ମିଳିବ। ସେହିପରି ୪ର୍ଥ ସ୍ଥାନରେ ଥିବା ଦଳକୁ ୩୫୦,୦୦୦ ଡଲାର ଓ ୫ମ ସ୍ଥାନରେ ଥିବା ଦଳକୁ ୨୦୦,୦୦୦ ଡଲାର ଦିଆଯିବ। ବାକି ୪ଟି ଦଳକୁ ୧୦୦,୦୦୦ ଡଲାର ଲେଖାଏ ଆଇସିସି ପକ୍ଷରୁ ପୁରସ୍କାର ବାବଦରେ ଦିଆଯିବ। ପୂର୍ବରୁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷରେ ରହିଥିବା ଟିମ୍କୁ ଯେଉଁ ଟ୍ରଫି ଦିଆଯାଉଥିଲା ଏବେ ଚାମ୍ପିୟନଶିପ ଫାଇନାଲରେ ଜିତିବାକୁ ଥିବା ଦଳକୁ ଏହା ଦିଆଯିବ।