Odia News Portal

ପକ୍ସୋ କୋର୍ଟରେ ହାଜର ପରୀର ଅଭିଯୁକ୍ତ

ନୟାଗଡ଼ : ପରୀ ହତ୍ୟା ମାମଲାରେ ନୟାଗଡ଼ ପକ୍ସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ । କୋର୍ଟରେ ସରୋଜର ମା ଓ ଭଉଣୀ ମଧ୍ୟ ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର । ତେବେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ସେ ନେଇ ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି । ସରୋଜର ନାର୍କୋ ଟେଷ୍ଟ ଉପରେ ମଧ୍ୟ ଆଜି ଶୁଣାଣି ହୋଇପାରେ । ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇଥିଲେ ମଧ୍ୟ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି ।

ସୂଚନାନୁଯାୟୀ, ଅଭିଯୁକ୍ତ ସରୋଜର ଜନ୍ମ ୬/୨/ ୨୦୦୩ ତାରିଖରେ । ଅର୍ଥାତ୍ ଜନ୍ମ ତାରିଖ ଅନୁଯାୟୀ‌ ସରୋଜ ଏବେ ମଧ୍ୟ ନାବାଳକ ଅଛି । ସରୋଜକୁ ବାଳ ସୁଧାର ଗୃହକୁ ପଠାଇବା ବଦଳରେ ଏସ୍‌ଆଇଟି ଜେଲ୍‌ କିଭଳି ପଠାଇଲା ବୋଲି ତାଙ୍କ ଓକିଲଙ୍କ ଯୁକ୍ତି ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରୋଜକୁ ୧୮ ବର୍ଷରୁ ଅଧିକ ଦର୍ଶାଇବା ପାଇଁ ଯେଉଁ ଓସିଫିକେସନ୍‌ ଟେଷ୍ଟ କରାଯାଇଛି ତାହା ସନ୍ଦେହଜନକ। କୋର୍ଟ ବିଚାର ପାଇଁ ଏହି ପ୍ରମାଣପତ୍ରକୁ ଗ୍ରହଣ କରିଛନ୍ତି। ଏଥିସହିତ, ଆଜି ଏହାର ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ । ଶୁଣାଣି ସମୟରେ ହାଜର ହେବା ପାଇଁ ସରୋଜର ମା ଓ ଭଉଣୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।