Odia News Portal

ଜାଣନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟାଂଶ କଣ

• ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ୟ୍ୟ କରଣ ।
• ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ।
• ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ।
• ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ।
• ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ।
• ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ।
• ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର ।
• ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା ।
• ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ।
• ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ଆଦିର ବ୍ୟବସ୍ଥା ।
• ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ୟ୍ୟାଳୟର ପୁନଃବିକାଶ ।
• ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ।
• ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ।

ପ୍ରକଳ୍ପର ଶିଳାନ୍ୟାସ ପାଇଁ ଯଜ୍ଞ ଏବଂ ଅନ୍ୟାନ୍ୟ କାର୍ୟ୍ୟସୂଚୀ-

  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ୟ୍ୟକ୍ରମ ପାଇଁ ୨୧ ତାରିଖ ଠାରୁ ୨୪ ତାରିଖ ପର୍ୟ୍ୟନ୍ତ ବିସ୍ତୃତ କାର୍ୟ୍ୟକ୍ରମ ସ୍ଥିର ହୋଇଛି ।
  • ୨୧ ତାରିଖରେ ଶ୍ରୀନହର ଠାରେ ଗତପତି ମହାରାଜାଙ୍କ ଦ୍ବାରା ଗୁଆ ଟେକା ନୀତି ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ଅଙ୍କୁର ରୋପଣ ଶେଷ ହୋଇଥିଲା।
  • ୨୨ ତାରିଖ ସକାଳେ ପଂଚକର୍ମ, ବ୍ରହ୍ମଣବରଣ, ସୂର୍ୟ୍ୟପୂଜା, ଦ୍ବାରପାଳ ପୂଜା, ଶାଳ ପ୍ରବେଶ ଓ ଶାଳ ଦେବତା ହୋଇଥିଲା । ପରେ ମଧ୍ୟାହ୍ମ ୨.୩୦ରେ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସାଢେ ୫ଟାରୁ ୬ଟା ମଧ୍ୟରେ ପୁଷ୍ପା଼ଞ୍ଜଳି ଅନୁଷ୍ଠିତ ହୋଇଛି ।
  • ୨୩ ତାରିଖରେ ସକାଳୁ ସୂର୍ୟ୍ୟପୂଜା, ଗୋ ପୂଜା ନୀତି ସହ ଶାଳ ପୂଜା ତଥା ଅଗ୍ନିପୂଜା ହେବ । ସେହିପରି ମଧ୍ୟାହ୍ନ ୨.୩୦ରୁ ୬ଟା ମଧ୍ୟରେ ଶିଳା ସ୍ନାନ, ଯଜ୍ଞ ଆଦି ଅନୁଷ୍ଠିତ ହେବ ।
  • ୨୪ ତାରିଖ ସକାଳ ୭ଟାରୁ ୯.୩୦ ଯାଏଁ ସୂର୍ୟ୍ୟପୂଜା, ଅଗ୍ନିପୂଜା ତଥା ଯଜ୍ଞ ବିଧି ହେବ । ସେହିପରି ୯.୪୫ରୁ ୧୦ ମଧ୍ୟରେ ଶିଳା ବିଜେ ଅନୁଷ୍ଠିତ ହେବ । ଏହାପରେ ୧୦.୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଏବଂ ପୁଷ୍ପା଼ଞ୍ଜଳି ପାଇଁ ସ୍ଥିର ହୋଇଛି । ଏହାପରେ ଯଜ୍ଞର ପୂର୍ଣାହୂତି ହେବ ।
  • ୨୪ ତାରିଖ କାର୍ୟ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେବେ। ଏହି କାର୍ୟ୍ୟକ୍ରମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯିବ। ସେହିପରି ପରିକ୍ରମା ପ୍ରକଳ୍ପର ଏକ ମଡେଲ ମଧ୍ୟ ଅନାବରଣ ହେବ ।