Odia News Portal

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

ପୁରୀ: ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର । ବରିଷ୍ଠ ଅଇନିଜୀବି ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତି ମଣ୍ଡପକୁ ପ୍ରତିନିଧିତ୍ୟ କରିବେ ଅଶୋକ ମହାପାତ୍ର । ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ସଦସ୍ୟ । ପୁଷ୍ପାଳକ ନିଯୋଗ ସେବାୟତ ଜଗନାଥ କର । ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର । ସୁଅର ମହାସୁଆର ନିଯୋଗ ଅନନ୍ତ ତିଆଡ଼ି । ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର । ରାଧାବଲ୍ହବ ମଠ ମହନ୍ତ ହେଲେ ରାମକୃଷ୍ଣ ଦାସ । ବିଭିର୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧିତ୍ୟ କରିବେ ରାମକୃଷ୍ଣ ଦାସ । ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ସଦସ୍ୟ ଭାବେ ମନୋନୀତ । ଚାଟାର୍ଡ ଆକାଉଣ୍ଟାଣ୍ଟ ଶରତଚନ୍ଦ୍ର ଭଦ୍ର ମଧ୍ୟ ସଦସ୍ୟ ଭାବେ ମନୋନୀତ ।