Odia News Portal

ରେଳବାଇକୁ ବଜେଟ ବୁଷ୍ଟ : ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

କେନ୍ଦ୍ର ଅର୍ଥମନ୍ତ୍ରୀ ଭାରତୀୟ ରେଳବାଇ ପାଇଁ ଏଥର ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏହା ହେଉଛି ଆଜି ପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ବରାଦ ୨୦୧୩-୧୪ ରେଳବାଇ ବଜେଟ୍‌ରେ ହୋଇଥିବା ବ୍ୟୟବରାଦର ଏହା ୯ ଗୁଣ।

‘ବନ୍ଦେ ଭାରତ ଟ୍ରେନ୍‌’ ଉପରେ ବଜେଟ୍‌ରେ ଅଧିକ ଧ୍ୟାନ ଦିଆଯାଇଛି । ଏ ବର୍ଷ ଅଗ‌ଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇବା ପାଇଁ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି। ଖୁବ୍‌ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌’ ନିର୍ମାଣ କରିବା ପାଇଁ ଟେଣ୍ଡର୍‌ ଦିଆଯିବ। ଏହାଛଡ଼ା, ୪୦୦ରୁ ୫୦୦ ‘ସେମି-ହାଇସ୍ପିଡ୍‌’ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ପାଇଁ ବଜେଟରେ ଘୋ‌ଷଣା କରାଯାଇଛି।