Odia News Portal

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣର ବର୍ଷା ହୋଇଛି

ଭୁବନେଶ୍ୱର: ବଙ୍ଗୋପସାରରେ ଲଘୁଚାଷ ସୃଷ୍ଟି ହେବାରୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ଏବେ ବର୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଏସଆରସି । ପ୍ରବଳ ବର୍ଷା ଜନିତ ଦୁର୍ବିପାକରେ ଏଯାବତ ୪ଜଣଙ୍କ ମୃତୁ୍ୟ ହୋଇଛି । ରାଜ୍ୟର ମୋଟ୍ ୬ଟି ବ୍ଲକରେ ୪ ଶହ ମକ୍ଟମକ୍ଟ ବର୍ଷା ହୋଇଛି । କାକଟପୁରରେ ୫୩୮ ଓ ବୀରମହାରାଜପୁରରେ ୫୭୨ ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୫୯୩, ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୧୪ ମିମି ଏବଂ ଗଜପତିରେ ୩୬ ମିମି ବର୍ଷା ହୋଇଛି । ୧୦ ଜିଲ୍ଲାରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅନୁଗୁଳ ଜିଲ୍ଲାରେ ୨୨୪, ଖୋର୍ଦ୍ଧା ୨୨୧, ନୟାଗଡ଼ ଜିଲ୍ଲାରେ ୨୧୯,ସୁବର୍ଣ୍ଣପୁର ୨୯୫,କଟକ ୨୭୫, ଯାଜପୁର ୨୭୧, ଢେ଼ଙ୍କାନାଳ ୨୩୯, ପୁରୀ ଜିଲ୍ଲାରେ ୩୬୦, ଜଗତସିଂହପୁରରେ ୩୫୫ ଏବଂ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମିଲିମିଟର ରେକର୍ଡ କରାଯାଇଛି ।