Odia News Portal

ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ, ଭିଣୋଇ କଲା ଦୁଷ୍କର୍ମ

ଜୟପୁର: ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ । ଘରେ ରହି କରୁଥିଲେ କାମ । ହେଲେ ମଦ୍ୟପ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପିଡିତା ଥାନାରେ ଅଭିଯୋଗ କରିବା ପରେ ଭିଣୋଇକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସେପଟେ ଏହି ଘଟଣା ସମ୍ପର୍କରେ ପିଡିତାଙ୍କ ବଡ଼ ଭଉଣୀ ଜାଣିଥିଲେ ସୁଦ୍ଧା ଚୁପ ରହିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ଥାଉକି,ଭରତପୁର ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀ ତାଙ୍କ ଭଉଣୀଙ୍କ ପ୍ରଶବ ପରେ ତାଙ୍କ ଘରକୁ କାମ କରିବା ଲାଗି ଯାଇଥିଲେ । ମାତ୍ର ତାଙ୍କ ଯୁବକ ମଦ ପିଇବା ପରେ ତାଙ୍କୁ ଦୁଷ୍କର୍ମ କରିଛି । ସେ ଚାରେ ନିଶା ଔଷଧ ଦେବା ପରେ ଯୁବତୀ ଜଣକ ବେହୋସ ହୋଇଯାଇଥିଲେ । ଆଉ ତାଙ୍କ ଭିଣୋଇ ଏହାର ଫାଇଦା ନେଇ ଦୁଷ୍କର୍ମ କରିଥିଲେ । ହୋସ ଆସିବା ପରେ ଘରକୁ ଆସି ଯୁବତୀ ପରିବାର ଲୋକଙ୍କ ଆଗରେ ସବୁକଥା କହିଥିଲେ । ଏହପରେ ପିଡିତାଙ୍କ ପରିବାର ଲୋକେ ତାଙ୍କ ଜ୍ୱାଇଁଙ୍କ ବିରୋଧରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଯୁବତୀଙ୍କ ଡାକ୍ତରୀ ମାଇନା କରିଛି ।