Odia News Portal

କୋଭିଡ଼ ହସ୍ପିଟାଲରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ନୂଆପଡ଼ା: କୋଭିଡ଼ ହସ୍ପିଟାଲରେ ଅସଦାଚରଣ । ହସ୍ପିଟାଲରେ ଚିକିତ୍ସିତ ଯୁବକ ଅନ୍ୟ ଜଣେ ସଂକ୍ରମିତ ଯୁବତୀଙ୍କୁ କରିଛନ୍ତି ଅସଦାଚରଣ । ନୂଆପଡ଼ା ଜିଲ୍ଲା କୋଭିଡ଼ ହସ୍ପିଟାଲରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ । କୋଭିଡ଼ ହସ୍ପିଟାଲରେ କରୋନା ସଂକ୍ରମିତ ଜଣେ ଯୁବତୀ ଚିକିତ୍ସିତ ହେଉଥିବା ବେଳେ ଜଣେ କରୋନା ଆକ୍ରାନ୍ତ ଯୁବକ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରୁଥିଲେ । କିନ୍ତୁ ଯୁବତୀ ଜଣକ ପ୍ରତିବାଦ କରିବା ପରେ ସେ ଛାଡ଼ି ଦେଇଥିଲେ । ଏନେଇ ଯୁବତୀ ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ତେବେ ଅଭିଯୁକ୍ତ କୋଭିଡ଼ ଆକ୍ରାନ୍ତଙ୍କୁ ଅନ୍ୟ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେ ସୁସ୍ଥ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।