Odia News Portal

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡି୍ରନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟୁ୍ୟମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମର ଶଲ୍ୟ ଚିକିତ୍ସକ ।


ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଟୁ୍ୟମର ଥିବା ଜଣାପଡ଼ିଥିଲା ।
ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ୱାରା ଏହି ଟୁ୍ରମରକୁ ଚିହ୍ନଟ କରିଥିଲେ ।

ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକି୍ରୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟୁ୍ୟମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ । ରୋଗୀ ଜଣଙ୍କ ଏବେ ସୁସ୍ଥ ଥିବାବେଳେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି ।
ସର୍ଜରୀ କରିଥିବା ଟିମ୍ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଡ୍ଡିି ଏବଂ ଡାକ୍ତର ସୌରଭ ତି୍ରପାଠୀ ପ୍ରମୁଖ ସାମିଲ୍ ହୋଇ ଏହି ଅସ୍ତ୍ରୋପଚାରଟିକୁ ସଫଳ କରିଥିଲେ ।