Odia News Portal

ରଥଯାତ୍ରାକୁ ନେଇ ରାଜନୀତି

ଭୁବନେଶ୍ୱର: ଆସନ୍ତା ମାସ ୧୪ ତାରିଖରେ ହେବ ରଥଯାତ୍ରା । ତେବେ ଚଳିତ ବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ବିନା ଭକ୍ତରେ ପୂର୍ବ ବର୍ଷ ଚଳିତ ବର୍ଷ ମଧ୍ୟ ରଥଟଣା ହେବ । ତେବେ ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା କରାଯିବା ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଏହାରି ଭିତରେ ଏହି ପ୍ରତିକ୍ରିୟାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି କେନ୍ଦ୍ରାପଡ଼ାରେ ରଥଯାତ୍ରା ହେଉ । ଏପରିକି ପରମ୍ପରା ବଜାୟ ରଖିବା ଲାଗି ଏଠାରେ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଦାବି କରିଛନ୍ତି । ଯାହାକୁ ବିରୋଧ କରିଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୁରେଶ କୁମାର ରାଉତରାୟ । ସେ କହିଛନ୍ତି କି ରଥଯାତ୍ରା ହେଲେ ସଂକ୍ରମଣ ବଢ଼ିବ ।

ଏଣୁ ସେ କହିଛନ୍ତି କି ପୁରୀ ଛଡ଼ା ଅନ୍ୟ କେଉଁଠି ରଥଯାତ୍ରା ନହେବା ଉଚିତ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଅନ୍ୟସବୁ ସ୍ଥାନରେ ରଥଯାତ୍ରା ହେଲେ ଯେଉଁ ସଂକ୍ରମଣ ବଢ଼ିବ ସେଥିଲାଗି କିଏ ଦାୟୀ ହେବ । ତେବେ ରଥଯାତ୍ରାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।