Odia News Portal

ରେଭ୍ ପାର୍ଟି ମାମଲା: ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ତାଙ୍କୁ ଗିରଫ କରିଛି। ଏନ୍ସିବି ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଜଣାପଡ଼ିଛି । ଏନ୍ସିବି ହେପାଜତରେ ଥିବା କିଙ୍ଗଖାନ୍ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କ ଆଜି ରିମାଣ୍ଡ ଅବଧି ସରୁଛି। ଆଜି ଆର୍ୟନଙ୍କୁ କୋର୍ଟରେ ହାଜର କରିବ ଏନ୍ସିବି। ଅଧିକ ପଚରାଉଚରା ପାଇଁ ପୁଣି ରିମାଣ୍ଡ ପାଇଁ ଆବେଦନ କରିପାରେ ଏନ୍ସିବିଫ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବିଟ୍ କଏନ୍ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏନେଇ ତଦନ୍ତକାରୀ ଅଧିକାରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।