Odia News Portal

ରେପୋ ରେଟ୍ ବଢ଼ାଇଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହୋଇପାରେ ଋଣ

ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଛି । ରେପୋ ରେଟ୍ ଋ ୪୦ ବେସିସ୍ ପଏଣ୍ଟ୍ ବଢ଼ାଇଛି ଆରବିଆଇ । ଆରବିଆଇର ଏହି ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତି ହ୍ରାସ କରିବା | ଆରବିଆଇର ଏହି ନିଷ୍ପତ୍ତି ସହିତ ବର୍ତ୍ତମାନ ରେପୋ ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଛି | ଆରବିଆଇର ଏହି ନିଷ୍ପତ୍ତି ପରେ ଋଣ ମହଙ୍ଗା ହୋଇପାରେ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମାର୍ଚ୍ଚ ୨୦୨୨ ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୭% କୁ ବୃଦ୍ଧି ପାଇଛି ଯାହା କେନ୍ଦ୍ରୀୟ ବ୍ୟାଙ୍କର ସର୍ବୋଚ୍ଚ ସୀମା ଅତିକ୍ରମ କରିଛି। ବିଶେଷ ଭାବେ ଖାଦ୍ୟ ମୁଦ୍ରାସ୍ଫୀତି ମୁଖ୍ୟ ମୁଦ୍ରାସ୍ଫୀତି ହାର ଉପରେ ପ୍ରଭାବ ପକାଇଛି |

ସେ କହିଛନ୍ତି ଯେ ମାର୍ଚ୍ଚରେ ଖାଦ୍ୟ ସମୂହର ୧୨ ଟି ଉପ ସମୂହର ମୁଦ୍ରାସ୍ଫୀତୀ ବୃଦ୍ଧି ପାଇଛି। ଏପ୍ରିଲ୍ ର ସୂଚନାରୁ ମଧ୍ୟ ଜଣାପଡିଛି ଯେ ଏହି ମୁଦ୍ରାସ୍ଫୀତିର ଚାପ ଆଗାମୀ ଦିନରେ ଜାରି ରହିବ |