Odia News Portal

ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା; ଆରମ୍ଭ ହେଲା RDC ତଦନ୍ତ

କେନ୍ଦୁଝର ପାଟଣାରେ ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଆଜିଠୁ ଆରମ୍ଭ ହୋଇଛି ଉତ୍ତରାଞ୍ଚଳ RDC ତଦନ୍ତ । ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତଙ୍କ ଗାଁକୁ ଗସ୍ତ କରି ତଥ୍ୟ ସଂଗ୍ରହ କରିବେ ଆରଡ଼ିସି । ସେହିପରି ସେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛିକେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଗ୍ରାମ୍ୟ ବ୍ୟାଙ୍କରୁ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଠିକ ସମୟରେ ଟଙ୍କା ନ ପାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଭାବେ ବ୍ୟଥିତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଛି । ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରା ଯାଇଛି । ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି। ଏହା ସହିତ ବ୍ୟାଙ୍କରୁ ତାଙ୍କ ପ୍ରାପ୍ୟ ଟଙ୍କା ମଧ୍ୟ ଦିଆଯାଇଛି ।ତେବେ, ଏଭଳି ଘଟଣା କାହିଁକି ଘଟିଲା ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରାଞ୍ଚଳ RDCଙ୍କୁ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ଆଜି ସକାଳୁ ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ଜିତୁ ମୁଣ୍ଡା ଗାଁଙ୍କୁ ଯିବା ସହ ପରିବାର ଓ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିବେ । ପରିବାର ଠାରୁ ତଥ୍ୟ ସଂଗ୍ରହ କରିବା ସହ ଗ୍ରାମ୍ୟ ବ୍ୟାଙ୍କ ଆସି ସେ ସରଜମିନ ତଦନ୍ତ କରିବେ । କେଉଁ ପରିସ୍ଥିତିରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଲା, ସେନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆରଡିସି ଜବାବ ସୁଆଲ କରିବେ । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ।ଗତ ସୋମବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ବଡ଼ ଭଉଣୀ କାଲାରା ମୁଣ୍ଡା(50 ବର୍ଷ)ଙ୍କ କଙ୍କାଳ ଆଣି ରଖିଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ସେପଟେ ବ୍ୟାଙ୍କ ଆସି ପହଞ୍ଚିଥିଲା ଜିତୁ ମୁଣ୍ଡାଙ୍କ ଦୁଆରେ ତାଙ୍କ ପ୍ରାପ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା ।