Odia News Portal

୧୦ ଦିନ ଭିତରେ ଟିକାକରଣ

ନୂଆଦିଲ୍ଲୀ : ୧୦ ଦିନ ଭିତରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ଭଲ ଖବର ନେଇ ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି । କୋଭାକ୍ସିନ, କୋଭାସିଲ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି । ତେଣୁ ଆଗାମୀ ୧୦ ଦିନ ଭିତରେ ହୋଇପାରେ ଟୀକାକରଣ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଏକ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଲଗାତାର ୩୯ ଦିନ ହେବ କରୋନା ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ସୁସ୍ଥ ହେଉଛନ୍ତି । ନିକଟରେ ଡିସିଜିଆଇ ୨ଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ । ପରେ ଦେଶର ହୋଇଥିବା ଟିକାର ଡ୍ରାଏ ରନ୍ ମଧ୍ୟ ସଫଳ ହୋଇଛି । ଯେଉଁଥିପାଇଁ ସରକାର ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସବୁଜ ସଙ୍କେତ ଦେଇଛନ୍ତି । ତେବେ ପ୍ରାରମ୍ଭିକ ଭାବେ ୩ କୋଟି କରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।