Odia News Portal

ଦେଶବାସୀଙ୍କୁ ବଡ଼ ଝଟକା: ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି

ପୁଣି ଦେଶବାସୀଙ୍କୁ ଲାଗିଛି ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରଯାଇଛି । ଆଜି ୦.୩୫ ପ୍ରତିଶତ ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରାଯାଇଥିବା ବେଳେ ମୋଟ ରେପୋ ରେଟ୍ ଏବେ ୬.୨୫ ପ୍ରତିଶତରେ ପହଞ୍ଚିଛି । ତେବେ ଆରବିଆଇର ଏହି ପଦକ୍ଷେପ ଫଳରେ ଏଣିକି ହୋମ, କାର ଓ ପର୍ସନାଲ ଲୋନ ପରି ସମସ୍ତ ପ୍ରକାରର ଲୋନ୍ ମହଙ୍ଗା ହୋଇଯିବ । ରେପୋ ରେଟର ବୃଦ୍ଧି ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ରେପୋ ରେଟ ୫.୯୦ ପ୍ରତିଶତ ରହିଥିବା ବେଳେ ଏବେ ତାହା ୬.୨୫ ପ୍ରତିଶତରେ ପହଞ୍ଚି ଯାଇଛି । ଚଳିତ ବର୍ଷ କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟରେ ବୃଦ୍ଧି କରାଯାଇଛି । ତେବେ ଆରବିଆଇର ଏହି ନିଷ୍ପତ୍ତି ପରେ ଏବେ ସମସ୍ତ ପ୍ରକାରର ଲୋନ୍ ମହଙ୍ଗା ହୋଇଯିବ । ଫଳରେ ଗ୍ରାହକଙ୍କୁ ନିଜ ପକେଟରୁ ଅôଧକ ଇଏମଆଇ ଭରିବାକୁ ପଡ଼ିବ । ଆରବିଆଇର ମନିଟାରି ପଲିସୀ ବୈଠକ ପରେ ରେପୋ ଦରରେ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ମୋଟ ୨.୨୫ ପ୍ରତିଶତ ରେପୋ ରେଟ ବୃଦ୍ଧି କରାଯାଇ ସାରିଲାଣି । ଦେଶରେ ଜାରି ରହିଥିବା ମହଙ୍ଗା ହାରକୁ ୬ ପ୍ରତିଶତରୁ ହ୍ରାସ ନେଇ ଆରବିଆଇ ଗଭର୍ଣ୍ଣର ପ୍ରୟାସ ଜାରି ରଖିଛନ୍ତି । ଅକ୍ଟୋବର ମାସରେ ଦେଶରେ ରିଟେଲ ମହଙ୍ଗା ହାର ୬.୭୭ ପ୍ରତିଶତରେ ପହଞ୍ଚି ଯାଇଥିଲା । ତେବେ ଏମପିସି ବୈଠକରେ ଷ୍ଟାଡିଂ ଡିପୋଜିଟ ଫାସିଲିଟି ଦର ୬ ପ୍ରତିଶତ, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ଦର ଓ ବ୍ୟାଙ୍କ ରେଟ ୬.୫ ପ୍ରତିଶତରେ ଆଡଜଷ୍ଟ କରାଯାଇଛି ।