Odia News Portal

ବିଜେଡି ରାଜ୍ୟ କାର୍ଯ୍ୟଳୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ

ଆଜି ସାରା ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ମଧ୍ୟ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ । ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପତାକା ଉତ୍ତୋଳନ କରିଥିଲେ । ଏହି ସମୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଏହା ସହିତ ଦଳର ବିଧାୟକ, ବରିଷ୍ଠ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ ।