Odia News Portal

ବିଧାନସଭା ଚାରିପଟ ରାସ୍ତା ସିଲ୍

ଭୁବନେଶ୍ୱର: ବିଧାନସଭାରେ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ। ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତେବେ ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ଅଧିବେଶନ ପାଇଁ ବିଧାନସଭାର ଚାରିପଟ ରାସ୍ତା ସିଲ କରାଯାଇଛି |

ବଜେଟ ଅଧିବେଶନ ଆରମ୍ଭରୁ ପୋଲିସକୁ ଘାରିଛି ଆତ୍ମଦାହ ଉଦ୍ୟମର ଭୟ | ତେବେ ରାସ୍ତା ସିଲ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି | ଗମନାଗମନରେ ଅସୁବିଧା ଯୋଗୁଁ ପ୍ରବଳ ଜନତାଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି | ତେବେ ଗତକାଲି ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ହୋଇଥିବା ସମୟରେ ସତର୍କତା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୋଲିସ |