Odia News Portal

ଧୋନିଙ୍କ ପରେ ସମକ୍ଷକ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

ଦିଲ୍ଲୀରେ ରବିବାର ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିବା ପରେ ଅଧିନାୟକ ଭାବେ ରୋହିତ ଶର୍ମା ଏକ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ନିଜର ପ୍ରଥମ ୪ ଟେଷ୍ଟ୍‌ରେ ଦଳକୁ ବିଜୟୀ କରାଇବାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସାମିଲ ହୋଇଛନ୍ତି। ରୋହିତ ଏକ୍ଷେତ୍ରରେ ଧୋନିଙ୍କ ପଛକୁ ଦ୍ବିତୀୟ ଭାରତୀୟ ଅଧିନାୟକ ହୋଇଥିଲା ଗତ ୫୦ ବର୍ଷ ମଧ୍ୟରେ ପାକିସ୍ତାନର ବାବର ଆଜମ୍‌ ଏକମାତ୍ର ଅନ୍ୟତମ ଅଧିନାୟକ ଭାବେ ଏଭଳି ସଫଳତା ପାଇଛନ୍ତି।

ରବୀନ୍ଦ୍ର ଜାଦେଜା ଏହି ଟେଷ୍ଟ୍‌ ଅବସରରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଜାଦେଜା ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଘରୋଇ ଟେଷ୍ଟ୍‌ରେ ଅଷ୍ଟମ ଥର ପାଇଁ ଜାଦେଜା ଏହି ପୁରସ୍କାର ପାଇଛନ୍ତି। ଯାହାକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୮)ଙ୍କ ଯୁଗ୍ମ ଦ୍ବିତୀୟ ହୋଇଛନ୍ତି। ‌କେବଳ ଅନୁଲ କୁମ୍ବଲେ ହିଁ ସର୍ବାଧିକ ୯ ଥର ଏହି ପୁରସ୍କାର ପାଇ ତାଲିକାରେ ପ୍ରଥମ ଭାରତୀୟ ରହିଛନ୍ତି।

ଜାଦେଜାଙ୍କ ୭/୪୨ ବୋଲିଂ ଚିତ୍ର ଟେଷ୍ଟ୍‌ରେ ନିଜର ଶ୍ରେଷ୍ଠ ଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ୍‌ରେ ଭାରତ ପକ୍ଷରୁ ତୃତୀୟ ଶ୍ରେଷ୍ଠ ରହିଛି। ଏକ୍ଷେତ୍ରରେ ସେ ଜାଶୁଭାଇ ପଟେଲ (୯/୬୯, ୧୯୫୯ ମସିହା) ଏବଂ ହରଭଜନ ସିଂହ (୮/୮୪, ୨୦୦୧ ଚେନ୍ନାଇ ଟେଷ୍ଟ୍‌) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
ଜାଦେଜା ଦ୍ବିତୀୟ ପାଳିରେ ନେଇଥିବା ୭ ୱିକେଟ୍‌ ମଧ୍ୟରୁ ୫ ଜଣଙ୍କୁ ବୋଲ୍‌ଡ କରିଥିଲେ। ଗୋଟିଏ ଟେଷ୍ଟ୍‌ ପାଳିରେ ତାଙ୍କ ପୂର୍ବରୁ କେବଳ ପାକିସ୍ତାନ ଦ୍ରୁତ ବୋଲର ସୋଏବ୍‌ ଅଖ୍‌ତର ୨୦୦୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ବା ତା’ଠୁ ଅଧିକ ୱିକେଟ୍‌ ବୋଲ୍‌ଡରୁ ପାଇଥିଲେ।

ଅଶ୍ବିନଙ୍କ ସହ ଜାଦେଜା ମଧ୍ୟ ଦ୍ବିତୀୟ ଥର ପାଇଁ ଗୋଟିଏ ଟେଷ୍ଟ୍‌ ପାଳି‌ରେ ସମସ୍ତ ୧୦ ୱିକେଟ୍‌ ବାଣ୍ଟି ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ପାଳିରେ ଏହି ସଫଳତା ହାତେଇଥିବା ଅଶ୍ବିନ୍‌-ଜାଦେଜା ଏହା ପୂର୍ବରୁ ୨୦୧୬ରେ ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ୍‌ର ପ୍ରଥମ ପାଳିରେ ମଧ୍ୟ (୬+୪) ସମସ୍ତ ୧୦ ୱିକେଟ୍‌ ଦଖଲ କରିଥିଲେ।
ଭାରତ ୧୯୮୭ ପରେ ଦିଲ୍ଲୀରେ ଖେଳିଥିବା ୧୩ ଟେଷ୍ଟରୁ ୧୧ରେ ବିଜୟୀ ହୋଇଛି। ଅନ୍ୟ ୨ ଟେଷ୍ଟ୍‌ ଅମୀମାଂସିତ ରହିଛି।