Odia News Portal

ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହାଇଦ୍ରାବାଦ-ବାଙ୍ଗାଲୋର

ଚେନ୍ନାଇ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ବାଙ୍ଗାଲୋର ଦଳ । ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ଜୋରଦାର ପ୍ରୟାସ ଜାରି ରଖିବେ । ପ୍ରଥମ ମ୍ୟାଚ୍ ଜିତି ବିଜୟ ଲକ୍ଷ୍ୟରେ ପିଚକୁ ଓହ୍ଲାଇବ ବିରାଟ ବାହିନୀ ।

ଆରମ୍ଭରୁ ପରାଜୟ ହାସଲ କରିଥିବା ଓ୍ୱାର୍ଣ୍ଣରଙ୍କ ଟିମ୍ ଆଜି ଜିତ୍ ପାଇଁ ଜି-ଜାନ୍ ଲାଗେଇ ଦେବ । ଚେନ୍ନାଇ ଏମ.ଏ ଚିଦାମ୍ୱରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଉଛି । ଡେଭିଡ ୱାର୍ଣ୍ଣର ଏବଂ କେନ୍ ୱିଲିୟମସନ ପୁନର୍ବାର ସେମାନଙ୍କର ବ୍ୟାଟିଂ ସୁପରଷ୍ଟାର ହେବେ ବୋଲି ଆଶା କରାଯାଉଛି । ସେହିଭଳି ମନୀଷ ପାଣ୍ଡେ ଏବଂ ଜନି ବେୟାରଷ୍ଟୋ ସେମାନଙ୍କ ବେଷ୍ଟ ଦେବାକୁ ଚେଷ୍ଟା କରିପାରନ୍ତି । ପୂର୍ବ ମ୍ୟାଚରେ ପର୍ପଲ ବ୍ରିଗେଡଙ୍କ ଠାରୁ ଭଲ ପଦର୍ଶନ କରିଥିବା ବେଳେ ଆଜିର ମୁକାବିଲାରେ ଅରେଞ୍ଜ ଆର୍ମି ଏହାର ପ୍ରତିଶୋଧ ନେବାର ଯୋଜନାରେ ରହିଛି । ବାଙ୍ଗାଲୋର ଦଳରେ ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ, ବିରାଟ କୋହଲି ଓ କ୍ରିସ ମୋରିସଙ୍କ ଭଳି ଖେଳାଳି ରହିଛନ୍ତି । ସେପଟେ ହାଇଦ୍ରାବାଦରେ ଜନି ବେୟାରଷ୍ଟୋ, ଡେଭିଡ ୱାର୍ଣ୍ଣର ଓ ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।