Odia News Portal

ଶହୀଦ ଯବାନଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଶାହା

ଜମ୍ମୁ : ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚିଛନ୍ତି । ଶ୍ରୀନଗରରେ ପହଞ୍ଚିବା ପରେ ଶାହା ସିଧା ଶହୀଦ ଇନସ୍‌ପେକ୍ଟର ପରବେଜ ଅହମ୍ମଦଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଶାହା ଶହୀଦ ଇନସପେକ୍ଟର ପରବେଜ ଅହମ୍ମଦଙ୍କ ପତ୍ନୀ ଫାତିମାଙ୍କୁ ଜମ୍ମୁ-କଶ୍ମୀର ପ୍ରଶାସନରେ ସରାକରୀ ଚାକିରି ପ୍ରଦାନ କରିଛନ୍ତି । ସେ ନିଜେ ନିଯୁକ୍ତି ପତ୍ର ଫାତିମାଙ୍କୁ ଦେଇଛନ୍ତି । କଥା ହେଉଛି ସ୍ୱରାଷ୍ଟ୍ରମନ୍ତ୍ରୀ କଶ୍ମୀରର ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏହା ହେଉଛି ଶାହଙ୍କ ପ୍ରଥମ ଗସ୍ତ । ଏହି ସମୟରେ ସେ ଘାଟିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।