Odia News Portal

ଆସନ୍ତା ୩ ତାରିଖରେ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିର

ସମ୍ବଲପୁର: ଆସନ୍ତା ଜାନୁଆରୀ ୩ ତାରିଖରେ ଖୋଲିବାକୁ ଯାଉଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।ଏସଓପି ଅନୁଯାୟୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସମ୍ବଲପୁରବାସୀ ମା’ଙ୍କ ଦର୍ଶନ କରି ପାରିବେ। ଏଥି ପାଇଁ ସେମାନଙ୍କୁ ପରିଚୟ ପତ୍ର ହିସାବରେ ଭୋଟର ଆଇଡି କିମ୍ବା ଆଧାର କାର୍ଡ ମଧ୍ୟରୁ ଯେକୌଣସିକୁ ଦେଖାଇବାକୁ ପଡିବ ।କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଛୋଟ ଛୁଆ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିବ ନାହିଁ ।କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ମନ୍ଦିରକୁ ପ୍ରବେଶ ନିମନ୍ତେ ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ଵାରର ବ୍ୟବସ୍ଥା କରାଯିବ । ଯେଉଁ ଦ୍ଵାରରେ ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେହି ଦ୍ୱାର ଦେଇ ବାହାରକୁ ଆସିପାରିବେ ନାହିଁ ।