Odia News Portal

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୱାଙ୍ଖଡେଙ୍କ ସ୍ତ୍ରୀ

ମୁମ୍ବାଇ: ହାଇଭୋଲଟେଜ୍ କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ନେଉଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଏବଂ ଏନସିବି ଅଫିସର ସମୀର ୱାଙ୍ଖଡେଙ୍କୁ ନେଇ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କୁ ଚିଠି ଲେଖିଛନ୍ତି ୱାଙ୍ଖଡେଙ୍କ ସ୍ତ୍ରୀ କ୍ରାନ୍ତି ରେଡକର। ଚିଠିରେ ସେ ସମୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ରାଜ୍ୟରେ ଖୋଲିଖୋଲି ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି। ମହିଳାଙ୍କ ମଜାକ ଉଡାଯାଉଛି। ଆଜି ବାଲାସାହେବ ଠାକରେ ଥିଲେ ନିଶ୍ଚିନ୍ତ ଭାବରେ ଏହା ଘଟି ନ ଥାନ୍ତା। ମରାଠୀ ବ୍ୟକ୍ତିଙ୍କ ନ୍ୟାୟ ପାଇଁ ଲଢିବା ପିଲାଦିନୁ ମୁଁ ଶିବସେନା ଠାରେ ଦେଖିଛି। ଅନ୍ୟାୟ ବିରୋଧରେ କିଭଳି ଲଢିବାକୁ ହୁଏ ମୁଁ ଛତ୍ରପତି ଶିବାଜୀ ଏବଂ ବାଲାସାହେବ ଠାକରେଙ୍କଠାରୁ ଶିଖିଛି। କିନ୍ତୁ ଆଜି ମୁଁ ଏକୁଟିଆ ନ୍ୟାୟ ପାଇଁ ଲଢୁଛି ବୋଲି କ୍ରାନ୍ତି ଚିଠିରେ ଉଲ୍ଲେଖ କରିଛନ୍ତିର୍। କ୍ରାନ୍ତି ଆହୁରି ମଧ୍ୟ କହିନ୍ତି ସୋସିଆଲ ମିଡିଆରେ ମୋ ଇଜ୍ଜତ ନିଆଯାଉଛି। କିନ୍ତୁ ଲୋକମାନେ ଏହାର ମଜା ନେଉଛନ୍ତି। ମୁଁ ରାଜନୀତି ବୁଝେ ନାହିଁ। କିନ୍ତୁ ରାଜନୈତିକ ଷଡଯନ୍ତ୍ରର ମୁଁ ଶିକାର ହେଉଛି ବୋଲି ସେ କହିଛନ୍ତି।