Odia News Portal

ଦିଲ୍ଲୀ ପରେ ହରିୟାଣାରେ ସ୍କୁଲ ଛୁଟି

ହରିୟାଣା: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଓ ଏହାର ସମାଧାନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍ ପରେ ଏବେ ହରିୟାଣାରେ ଏହାକୁ ନେଇ ଏକ ବଡ଼ ନିଷ୍ପତି ଘୋଷଣା କରାଯାଇଛି । ଯାହାଫଳରେ ଆସନ୍ତା ୧୭ ନଭେମ୍ବର ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ ନେଇ ନିଷ୍ପତି ନିଆଯାଇଛି । ଗୁରୁଗ୍ରାମ୍‌,ସୋନିପତ,ଝଜ୍ଜର ଏବଂ ଫରିଦାବାଦ୍‌ରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଦିଲ୍ଲୀ ଏନସିଆରରେ ହେଉଥିବା ବାୟୁ ପ୍ରଦୁଷଣରୁ ବଞ୍ଚିବା ପାଇଁ ଏପରି ନିଷ୍ପତି ନିଆଯାଇଛି । ପୁର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ବେଳେ କହିଥିଲେ ଯେ କିଛି କ୍ଷତି ହେବା ଆଗରୁ ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେବା ଉଚିତ୍ ଯାହାଫଳରେ ସଙ୍ଗେ ସଙ୍ଗେ ଏପରି ନିଷ୍ପତି ନିଆଯାଇଛି ।

କେବଳ ସ୍କୁଲ୍ ବନ୍ଦ ନୁହେଁ ହରିୟାଣା ସରକାରଙ୍କ ଆଦେଶ ମୂତାବକ ୧୫ ବର୍ଷରୁ ପୁରୁଣା ଗାଡ଼ିର ପ୍ରଦୁଷଣ ଯାଞ୍ଚ କରିବା,ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବା,ନଗରପାଳିକା ଦ୍ୱାରା ଆବର୍ଜନା ଜାଳିବା, ରାସ୍ତା ସଫା କରିବା ପାଇଁ କେବଳ ପାଣି ବ୍ୟବହାର କରିବା ଆଦି କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ସହ  ୧୭ ନଭେମ୍ବର ପର୍ଯ୍ୟନ୍ତ ଏହାକୁ ଜାରୀ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।