Odia News Portal

ସ୍କୁଲ ଖୋଲିବାକୁ ଆଇସିଏମଆର ବୈଜ୍ଞାନିକଙ୍କ ପରାମର୍ଶ

ସାରା ଦେଶରେ ମହାମାରୀ କୋରନାକୁ ନେଇ ହାହା କାର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ଏବେ ଦେଶରେ କରୋନା ମାମଲା ଟିକେ ହ୍ରାସ ପାଇଛି । ତେବେ କରୋନାକୁ ଦୃଷ୍ଟିରେ ରଖି ସ୍କୁଲକୁ ବନ୍ଦ ରଖାଯାିଛି । ପିଲାମାନେ ଘରେ ବସି ଅନଲାଇନରେ କ୍ଲାସ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ପୁଣି ଥରେ ସ୍କୁଲ ଖୋଲିବାକୁ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି । ତେବେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ଠାରେ କରୋନା ହେବାର ଆଶଙ୍କା କମ୍ ଥାଏ ବୋଲି ସେମାନେ କହିଛନ୍ତି । 

ସେଥିପାଇଁ ପ୍ରାଥମିକ ସ୍କୁଲଗୁଡିକ ଖୋଲାଯିବା ଉଚିତ । ଏହାପରେ ମାଧ୍ୟମିକ ବିଦ୍ୟାଳୟଗୁଡିକ ଖୋଲାଯାଉ । ଅଧିକାଂଶ ରାଜ୍ୟ ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟ ଖୋଲୁଛନ୍ତି । ସେହିପରି ଦିଲ୍ଲୀରେ ସର୍ବପ୍ରଥମେ ମାଧ୍ୟମିକ ସ୍ତରୀୟ ବିଦ୍ୟାଳୟଗୁଡିକ ଖୋଲାଯାଇଛି । ପରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି । 

ଯେହେତୁ ଏହି ବୟସର ଶିଶୁଙ୍କ ପାଇଁ ଟିକା ଉପଲବ୍ଧ ନାହିଁ ତେଣୁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ବିଷୟରେ ଚିନ୍ତା କରିବା ଦରକାର ରହିଛି । ଏଭଳି ପରିସ୍ଥିତିରେ ସମସ୍ତ କୋଭିଡ ନିୟମ ପାଳନ କରିବା ସହିତ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଉଚିତ୍ । କିଛି ସମୟ ପରେ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ଖୋଲାଯିବ ।