Odia News Portal

ନିଲମ୍ୱିତ ହେଲେ ଏସଡିପିଓ ସନ୍ତୋଷ ଜେନା, ଗର୍ଭବତୀ ହତ୍ୟା ଘଟଣାର କରୁଥିଲେ ତଦନ୍ତ

ନିଲମ୍ୱିତ ହେଲେ ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ଏସଡିପିଓ ସନ୍ତୋଷ ଜେନା । ରାଜ୍ୟ ସରକାରଙ୍କ ଗୃହ ବିଭାଗର ପତ୍ର ସଂଖ୍ୟା 16236 /ତା-୧୨/୦୫/୨୬ ଅନୁଯାୟୀ ସନ୍ତୋଷ ଜେନାଙ୍କୁ ଓଡିଶା ସିଭିଲ ସର୍ଭିସ (ଶ୍ରେଣୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମାବଳୀ, ୧୯୬୨ ର ନିୟମ ୧୨(୧) ଅନୁଯାୟୀ ଚାଲୁଥିବା ଶାସନାନୁ ଶାସନମୂଳକ କାର୍ଯ୍ୟବିଧି ନିୟମ ଅନୁଯାୟୀ (under Rule 12(1) of the Odisha Civil Services (Classification, Control & Appeal Rules, 1962) କାର୍ଯ୍ୟରୁ ଏଭଳି ନିଲମ୍ୱିତ କରାଯାଇଥିବା ସୂଚିତ କରାଯାଇଛି ।ଏପରିକି ଏହି ନିଲମ୍ୱନ ସମୟରେ ନିର୍ଦ୍ଧେଶନାମା ପତ୍ରରେ ଏକ ସୂଚନା ଅନୁଯାୟୀ ସନ୍ତୋଷ ଜେନାଙ୍କୁ ବ୍ରହ୍ମପୁର ଠାରେ ରହିଥିବା ଦକ୍ଷିଣାଞ୍ଚଳ ଆଇଜି ଅଫ୍ ପୋଲିସ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ପୋଷ୍ଟିଂ ଦିଆଯାଇଛି ।ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲ୍ଲାର ଆସିକା ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ଥାନାରେ କାର୍ଯ୍ୟରତ ରହିଥିବା ସନ୍ତୋଷ କୁମାର ଜେନାଙ୍କ ନାମରେ ପୋଲିସ ବିଭାଗର ଏଭଳି କଣ ଅଭିଯୋଗ ରହିଥିଲା ଯାହାର ତଦନ୍ତ କରି ଏପରି ପୋଲିସ ବିଭାଗ ପକ୍ଷରୁ ନିଲମ୍ୱନ କରାଗଲା ତାହାକୁ ନେଇ ସାରା ଜିଲ୍ଲାରେ ନାନା ଚର୍ଚ୍ଚା ହେଉଥିବା ଦେଖାଯାଇଛି ।ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବହୁ ମାତ୍ରାରେ ଅପରାଧ ବୃଦ୍ଧି ପାଇଥିବା ବେଳେ ଏଭଳି ସମୟରେ ଜଣେ ଉପଖଣ୍ଡସ୍ତରୀୟ ପୋଲିସ ଅଧିକାରୀଙ୍କୁ ନିଲମ୍ୱିତ କରାଯିବା ଘଟଣା ପଛର କାରଣ କଣ ରହିଥାଉ ନାଁ କାହିଁକି ପୋଲିସ ବିଭାଗ ପକ୍ଷରୁ ଏହାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି କରିଛି ।ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମରେ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଥିବା ଗର୍ଭବତୀ ମହିଳାଙ୍କୁ ନିଜର ତିନି ବର୍ଷର ଶିଶୁ ସମୁଖରେ ହାଣି ହତ୍ୟା କରାଯାଇଥିଲା । ଏହି ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି । ଅଭିଯୁକ୍ତ ନାବାଳକ ଅଟକ ଥିବା ନେଇ ପୋଲିସ ସୂଚନା ଦେଇଥିଲା । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ତ୍ବାବଧାନରେ ହତ୍ଯାକାଣ୍ଡର ଖୋଳତାଡ଼ ଜାରି ରହିଥିଲା । ମୃତ୍ୟୁ ପୂର୍ବରୁ ମହିଳା ଜଣକ ସ୍ଥାନୀୟ ଗଣମାଧ୍ୟମ ସମ୍ମୁଖରେ ନିଜର ଦୁଃଖ ବର୍ଣ୍ଣନା କରିଥିଲେ । ଏହାର କିଛି ଘଣ୍ଟା ପରେ ହତ୍ୟାର ଶିକାର ହୋଇଥିଲେ ।ହିଞ୍ଜିଳିକାଟୁର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିଲେ ।