Odia News Portal

ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇରେ ୧୪୪ ଧାରା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୁଣି କଟକଣା। ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା । ଆଜିଠୁ ଜାନୁଆରୀ ୭ ତାରିଖ ଯାଏଁ ମୁମ୍ବାଇରେ ୧୪୪ ଧାରା ଲାଗୁ ।
ଏହି ସମୟ ମଧ୍ୟରେ ରେଷ୍ଟୁରାଣ୍ଟ, ହୋଟେଲ, ବାର, ପବ୍, ରିସର୍ଟ୍ଟ , କ୍ଲବ ଆଦିରେ ପାଳନ ହୋଇପାରିବନି ନୂଆବର୍ଷ ପାର୍ଟି। ଖୋଲା ସ୍ଥାନରେ ଉତ୍ସବ ମନା। ସର୍ବସାଧାରଣ ସ୍ଥାନରେ ୫ଜଣରୁ ଅଧିକ ଲୋକ ରହିପାରିବେନି। ମୁମ୍ବାଇରେ ଗୋଟିଏ ଦିନରେ ୮୨ ପ୍ରତିଶତ ବଢ଼ିଛି ଦୈନିକ ମାମଲା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୫୧୦ ସଂକ୍ରମିତ ।