Odia News Portal

ଟ୍ୱିନ୍ ସିଟିରେ୧୪୪ ଧାରା ଲାଗୁ

ଭୁବନେଶ୍ୱର: ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି ।ନୂଆବର୍ଷ ଜିରୋ ନାଇଟ ସେଲିବ୍ରେସନକୁ ଏଡ଼ାଇବା ପାଇଁ ଆଜି ରାତିରୁ ୧୪୪ ଧାରା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ନାଇଟ କର୍ଫ୍ୟୁ ସମୟରେ ଟୁଇନ ସିଟିର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରୀ ସେବା ଏବଂ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ରାତି ୯ଟା ସୁଦ୍ଧା ବନ୍ଦ ହେବ । ହୋଟେଲଗୁଡିକ ମଧ୍ୟ ବନ୍ଦ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଟୁଇନସିଟିରେ ଭୋଜି ଭାତକୁ ମଧ୍ୟ ବାରଣ ହୋଇଛି । ଆପର୍ଟମେଣ୍ଟ ଏବଂ ରସିଡେନ୍ସିଆଲ ଏରିଆରେ ଭୋଜି କରିବାକୁ ମନା ହୋଇଛି । ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋଭ ଭିଡ ଜମାଇ ପାରିବେ ନାହିଁ । ଯେଉଁମାନେ କଟକଣା ମାନିବେ ନାହିଁ ସେମାନଙ୍କ ନୂଆବର୍ଷ ଥାନାରେ କଟିବ ବୋଲି ସିପି କଡା ଭାଷାରେ କହିଛନ୍ତି ।

ଯାତାୟତ ଉପରେ ମଧ୍ୟ କଟକଣା ଜାରି ହୋଇଛି । ୧୦ଟା ଭିତରେ ସମସ୍ତେ ଘରକୁ ଫେରିବାକୁ ପୁଲିସ କମିଶନର ଅନୁରୋଧ କରିଛନ୍ତି । ଅତି ଜରୁରୀ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଟୁଇନ ସିଟିରେ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ ଲାଗିବ । କଟକ ଭୁବନେଶ୍ୱରରେ ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ପ୍ରେସମିଟରେ କହିଛନ୍ତି ।