ଭାରସାମ୍ୟ ହରାଇ ମାଡି ଯାଇଥିଲା କାର। ଦ୍ରୁତଗତିରେ ଆସୁଥିବା କାରଟି ହମ୍ସକୁ ଡେଇଁ ପଡ଼ିବା ଫଳରେ କାର ଚାଳକ ଜଣକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ପରେ ସେଠାରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇ ଅଟକି ଯାଇଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଭୁବନେଶ୍ବର ମୈତ୍ରୀ ବିହାର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି ଡ୍ରାଇଭର । ଗଞ୍ଜାମ ଗାଙ୍ଗପୁରର ଅନିଲ କୁମାର ଗୌଡ଼। ପରୀକ୍ଷାରୁ ତାଙ୍କ ଶରୀରରେ ଆଲକହଲ ନଥିବା ଜଣାପଡିନଥିଲା। ତେବେ ଡ୍ରାଇଭର ଜଣକ କଫ୍ ସିରପ ପିଇ ଗାଡ଼ି ଚଳାଉଥିବା କହିଛନ୍ତି । ପ୍ରବଳ କାଶ ହେବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଗତକାଲି ସନ୍ଧ୍ୟାରେ ପ୍ରେସ ଛକ ନିକଟରେ ଘଟିଥିଲା ଭୟଙ୍କର ସିରିଜ୍ ଦୁର୍ଘଟଣା । ଫିଲ୍ମ ଷ୍ଟାଇଲରେ ଆସି ଅଟୋ ପରେ ୩ ବାଇକ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଲା କାର । ଦ୍ରୁତ ଗତିରେ ଆସୁଥିବା ଏକ କାର ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଅଟୋକୁ ଧକ୍କା ଦେଇଥିଲା। ପରେ କାରଟି ଲଗାତାର ଭାବେ ତିନୋଟି ବାଇକ୍ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଆମ୍ୱ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୭ ଜଣରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଜେରାମା ଏକ୍କା, ସନ୍ତୋଷ
