Odia News Portal

ସିରିଜ ଲୁଟ୍, କବାଟ ତାଡ଼ି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କବାଟ ତାଡିଲେ, ପୋଛିନେଲେ । ପୁରୀ ଜିଲ୍ଲା ସତ୍ୟବାଦୀ ଆଳିସ ଗାଁରେ ସିରିଜ ଲୁଟ୍ । ୫ଟି ଘର କବାଟ ତାଡ଼ି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ କବାଟ ତାଡି ଘର ଭିତରେ ପଶିଥିଲେ ଦୁର୍ବୃତ୍ତ । ପରେ କଳାକନା ବୁଲାଇ ଫେରାର ହୋଇଯାଇଥିଲେ । ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜଧାନୀରେ ମନ୍ଦିରରୁ ସିରିଜ ଲୁଟ୍ ହୋଇଥିଲା । ରୁପା ମୁକୁଟ, ସୁନା ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । ଭୁବନେଶ୍ବରରେ ମାତିଲେ ମନ୍ଦିର ଲୁଟେରା । ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳର ଏକାଧିକ ମନ୍ଦିରରୁ ଚୋରି ଅଭିଯୋଗ । ପଟିଆର ନୀଳକଣ୍ଠ ମନ୍ଦିର, ପଟିଆ କନକଦୁର୍ଗା ମନ୍ଦିର,ଶ୍ରୀ ବିହାର ଶିଖରଚଣ୍ଡୀ ମନ୍ଦିରରୁ ଚୋରି ହୋଇଥିଲା ।