Odia News Portal

ଶ୍ରୀମନ୍ଦିରକୁ ଫେରିଲା ରବିବାର କଟକଣା

ଭକ୍ତଙ୍କ ପାଇଁ ରବିବାର ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ରାଜ୍ୟରେ ଜାରି ରହିଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଜି ବଡ଼ ନିଷ୍ପତ୍ତି ନେଇଛି ।ଏଣିକି ରବିବାର ଭକ୍ତଙ୍କ ନିମନ୍ତେ ଜଗା ଦର୍ଶନ ବନ୍ଦ ରହିବ | ଆସନ୍ତା ରବିବାରରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ରବିବାର ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ସାନିଟାଇଜେସନ ପାଇଁ ରବିବାର ମନ୍ଦିର ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏ ସଂପର୍କରେ ପ୍ରସ୍ତାବ ପାରିତ ହୋଇଥିଲା। ଗତ ବର୍ଷ ମହାମାରୀ କରୋନା କାରଣରୁ ଶ୍ରୀମନ୍ଦିର ପାଖାପାଖି ଦୀର୍ଘ ୬ ମାସ ବନ୍ଦ ରହିଥିଲା। ଏହା ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲା। ୨୦୨୧ ଜାନୁଆରୀ ୩ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।