Odia News Portal

ଶ୍ରୀମନ୍ଦିରରେ ପୁଣି ଘଟିଲା ଅଘଟଣ

ପୁରୀ ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ । ଗରମ ଡାଲି ପଡ଼ି ଯିବାରୁ ଜଣେ ବୋଝିଆ ଆହତ ହୋଇଛନ୍ତି। ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା ।

ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି ଯିବାରୁ ସେ ଆହତ ହୋଇଛନ୍ତି । ତେବେ ତାଙ୍କ ଆହତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଶ୍ରୀମନ୍ଦିର ରେ ଅଘଟଣ ଘଟି ଆସୁଛି । ଯାହାକୁ ନେଇ ଜଗନ୍ନାଥ ଭକ୍ତ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।