Odia News Portal

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର: ପରମ୍ପରା ଆଗରେ ହାର ମାନିଲା କଟକଣା |ପଡ଼ିଲା ହଜାର ହଜାର ପଶୁପକ୍ଷୀଙ୍କୁ ବଳି|କରୋନା କଟକଣା ମଧ୍ୟରେ ରକ୍ତ ରଞ୍ଜିତ ହେଲା ବଲାଙ୍ଗୀର ଶୁଲିଆ ପୀଠ। ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡିଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଯାତ୍ରା ପାଳନ ହୋଇଛି | ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି ।

ପୂର୍ବରୁ ବଳିପ୍ରଥା ରୋକିବାରେ ବିଫଳ ହୋଇ ଆସୁଥିବା ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଆଦିବାସୀଙ୍କ ରୀତିନୀତି ଆଗରେ ମାନିଛି ହାର । ପ୍ରତିବର୍ଷ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁଭକ୍ତ ଏଠାକୁ ମାନସିକ ପୂର୍ତ୍ତି ନିମନ୍ତେ ଆସିଥାନ୍ତି । ପ୍ରତିବର୍ଷ ପୌଷ ମାସରେ ପାଳିତ ହୁଏ ଶୁଲିଆ ଯାତ୍ରା । ବଳିପ୍ରଥା ବନ୍ଦ କରିବାକୁ ଜିଳ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ ମଧ୍ୟ ବଳି ନେଇ ଜିଦରେ ଅଟଳ ଥିଲା କମିଟି । ପୋଲିସ ପ୍ରଶାସନ ତରଫରୁ ଯାତ୍ରା ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।