Odia News Portal

ଲିଙ୍ଗରାଜ ମନ୍ଦିରର ଦ୍ୱାର ହେବ ରୂପା ଛାଉଣୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ହେଉଛି ଭୁବନେଶ୍ୱର । ଦିନକୁ ଦିନ ବିକାଶ ହେବାରେ ଲାଗିଛି ଏହି ମନ୍ଦିର ମାଳିନୀ ସହରର । ଲିଙ୍ଗ ଭିତରେ ରାଜା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ରୂପ ବଦଳିବ । ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ମଧ୍ୟ ରୂପ ଛାଉଣୀ କରାଯିବ । ଏନେଇ ଦିଆଯାଇଥିବା ଏକ ପ୍ରସ୍ତାବରେ ମୋହର ଲାଗିଛି ।
ଏଏସଆଇ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଏସଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଏବଂ ୪ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ରୂପା କବାଟ ଲାଗିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ ସମସ୍ତଙ୍କର ସହମତି ମିଳିଛି ।