Odia News Portal

ପୁଣି ବନ୍ଦ ହେଲା ଶିମିଳିପାଳ

ବାରିପଦା: ଅନିଦ୍ଦିଷ୍ଟ ସମୟ ଲାଗି ବନ୍ଦ ରହିବ ଶିମିଳିପାଳ । ଘନ କୁହୁଡି ସାଙ୍ଗକୁ ବର୍ଷା ଯୋଗୁଁ ବିପଦ ଥିବାରୁ ବନ୍ଦ ରଖାଯାଇଛି । ତେବେ ଦୀର୍ଘଦିନ ବନ୍ଦ ରହିବା ପରେ ଗତ ୧ରୁ ଖୋଲିଥିଲା ଶିମିଳିପାଳ । ତେବେ ପୁଣିଥରେ ବନ୍ଦ ହେବାରୁ ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି । ତେବେ କେବେ ଖୋଲିବ ତାହା ସ୍ପଷ୍ଠ ହୋଇନାହିଁ ।

ମିଳିଥିବା ସୂଚନା ମୁତାବକ, ନଭେମ୍ବର ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଗେଟ୍। ସଜେଇ ହୋଇଥିଲା ସୁନ୍ଦରୀ ଶିମିଳିପାଳ। ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇ ଥିବା ବେଳେ ପର୍ୟ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଥିଲଶ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

ଶିମିଳିପାଳ ଖୋଲିବା ପରେ ଏହାର ସୌନ୍ଦର୍ୟ୍ୟକୁ ଉପଭୋଗ କରିବାକୁ ତଥା ଏହାର ଘଞ୍ଚ ଜଙ୍ଗଲରେ ହଜି ଯିବାରୁ କାହିଁ କେତେ ଦୂରରୁ ଯାତ୍ରୀମାନେ ଧାଇଁ ଆସିଥିଲେ। ଏହି ସମୟରେ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ଯାତ୍ରୀ ପ୍ରବେଶ ଅନୁମତି ମିଳିଥିଲା । ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି ମିଳିଥିବା ବେଳେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ କୁହାଯାଇଥିଲା। ଏବେ ଶିମିଳିପାଳକୁ ପର୍ୟ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏପରି ହଠାତ୍ ବନ୍ଦ ଘୋଷଣା ଯୋଗୁ ସେମାନେ ନିରାଶ ହୋଇଛନ୍ତି।