Odia News Portal

ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ :ଅରୁଣ ବୋଥ୍ରା

ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି। ଗତକାଲି ନୟାଗଡ଼ ଯଦୁପୁରରୁ ଅଭିଯୁକ୍ତକୁ ଉଠାଇ ନେଇଥିଲା ଏସଆଇଟି। ସୋମବାର ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯାଇଛି । ଅନ୍ୟପଟେ ପରୀ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଦୁଷ୍କର୍ମ ଯୋଗୁଁ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।

ଘଟଣାର ତଦନ୍ତ ନିମନ୍ତେ ଯଦୁପୁରରେ ପହଞ୍ଚିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ଗିରଫ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରାଯାଇଛି। ଗତ ୧୦ ଦିନ ଧରି ଆମେ ଗିରଫ ଅଭିଯୁକ୍ତକୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ।

ଏହାବ୍ୟତୀତ ବୋଥ୍ରା କହିଛନ୍ତି, ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବୁ ଓ ରିମାଣ୍ଡ ମାଗିବୁ। ତଦନ୍ତ ଚାଲୁ ରହିବ ପୂର୍ବରୁ ମୋ ନାଁରେ ବି ବହୁତ ଅଭିଯୋଗ ଆସିଛି। ଆମେ ଫାଇନାଲ ଅଥରିଟି ନୁହେଁ। ତେଣୁ ଯାହା କହିବା କଥା ଆମେ କୋର୍ଟରେ କହିବୁ ବୋଲି କହିଛନ୍ତି ଏସ୍ଆଇଟି ମୁଖ୍ୟ ।