Odia News Portal

ସମସ୍ତ ବୁକିଂ କ୍ୟାନସଲ କରିବନି ବିଏମସି

ଭୁବନେଶ୍ୱର : ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ  ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟୀକା ଦିଆଯାଇ ନଥିବା ସୂଚନା ମିଳିଛି ।

ଓଡ଼ିଶାକୁ ୧୮ ରୁ ୪୪ ବର୍ଷ ବର୍ଗର ହିତାଧିକାରୀ ମାନଙ୍କ ଲାଗି ଦେଢ଼ ଲକ୍ଷ ଟୀକା ଆସିଥିଲା । ଏହାପରେ ବିଏମସି ତରଫରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ସରିଛି । ତେଣୁ ସେ ସମସ୍ତ ବୁକିଂ କ୍ୟାନସଲ୍ କରାଯାଇପାରିବ ନାହିଁ । ନୂଆ ଭ୍ୟାକ୍ସିନ ଆସିଲେ ପ୍ରାଇଭେଟ୍ ହସ୍ପିଟାଲକୁ ଦେବା ନେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କମିଶନର ।

ଏଯାବତ ରାଜଧାନୀରେ ପାଖାପାଖି ୫ ଲକ୍ଷ ହିତାଧିକାରୀ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟୀକା ନେଇ ସାରିଲେଣି । ସେହିପରି ଏସପ୍ଲାନେଡ୍ ମଲ୍ ପରି ଆଉ ୩ ଟି ସ୍ଥାନରେ ବିଏମସି ଭ୍ୟାକ୍ସିନ ଇନ୍ ଭ୍ରାଇଭ୍ ପାଇଁ ବ୍ୟବସ୍ଥା କରୁଛି । ଯେଉଁଠି ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ମାନେ ଦ୍ବିତୀୟ ଡୋଜ୍ ଟୀକା ସ୍ଲଟ୍ ବୁକ୍ କରି ନେଇପାରିବେ। ଏନେଇ ଆଜି ବିଏମସି ଟ୍ବଟରରେ ଜଣାଇ ଦିଆଯିବ ବୋଲି କମିଶନର୍‌ କହିଛନ୍ତି ।